ପିଆଜର ବଢୁଥିବା ଦର ଦାମକୁ କାବୁ କରିବା ପାଇଁ ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାର ପିଆଜ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି । ପିଆଜ ରପ୍ତାନୀ ଉପରେ ଆଇନ ସଂଶୋଧନ କରିଯାଇଛି । ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ଏବଂ ପିଆଜର ରପ୍ତାନୀ ବନ୍ଦ ରହିବ। ଗତ କିଛି ଦିନ ଭିତରେ ଆକାଶ ଛୁଆଁ ହୋଇଛି ପିଆଜ ଦର। ଦେଶର ଅଧିକାଂଶ ମହାନଗରରେ ୨୦ରୁ ୩୦ ଟଙ୍କା ପ୍ରତି କିଲୋରୁ ବଢି ୬୦ରୁ ୮୦ ଟଙ୍କାରେ ପହଞ୍ଚିଛି ।