ଲର୍ଣ୍ଣିଂ ଲାଇସେନ୍ସ ପାଇଁ ପ୍ରବଳ ଭିଡକୁ ନିୟନ୍ତ୍ରଣ କରିବାକୁ ରାଜଧାନୀରେ ପରିବହନ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ସହିଦ ନଗର ବିଏମସି ଅଫିସ୍ ଓ ଓଏସଆରଟିସି ପରିସରରେ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଆଜିଠାରୁ ଆସନ୍ତା ଅକ୍ଟୋବର 4 ତାରିଖ ଯାଏଁ ଏହି ଦୁଇଟି ସ୍ଥାନରେ ଲର୍ଣ୍ଣିଂ ଲାଇସେନ୍ସ ମିଳିବ । ଆରଟିଓ ଅଫିସରେ ଗହଳି କାରଣରୁ ପରିବହନ ବିଭାଗ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଦିନ 10ରୁ ଅପରାହ୍ନ 5ଟା ଯାଏଁ ଏହି ସୁବିଧା ମିଳିବ ।