ଭଦ୍ରକ ନିକଟରେ ଏକ କୋଇଲା ବୋଝେଇ ମାଲଗାଡି ଲାଇନଚ୍ୟୁତ ହୋଇଛି । ତିହିଡି ଥାନା ନିକଟସ୍ଥ ଜିଝାରପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ମାଲଗାଡିର 7ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏହି କୋଇଲା ବୋଝେଇ ଟ୍ରେନ୍ଟି ଧାମରା ନିମନ୍ତେ ଯାଉଥିବା ଜଣାପଡିଛି । ଦୁର୍ଘଟଣାରେ କୌଣସି ପ୍ରାଣହାନି ଘଟିନଥିବା ବେଳେ ଦୁର୍ଘଟଣାର କାରଣ ସମ୍ପର୍କରେ ରେଳ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।