ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ବ ନେଲେ ଆରକେଏସ୍ ଭଦୋରିଆ । ବିଏସ ଧନୋଆ ସେବନିବୃତ୍ତ ହେବା ପରେ ଆଜି ଆରକେଏସ ଭଦୌରିଆ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଧନୋଆ ଦିଲ୍ଲୀ ସ୍ଥିତ ୟୁଦ୍ଧ ସ୍ମାରକୀରେ ପହଁଚିଥିଲେ । ସେଠାରେ ସେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଧନୋଆ ଏୟାର ଚିଫ ମାର୍ସାଲ ଅରୂପ ରାହାଙ୍କ ଅବସର ପରେ ଦାୟିତ୍ୱ ଗ୍ରହଣ କରିଥିଲେ । ଆରକେଏସ ଭଦୋରିଆ ୩୬ ରାଫେଲ ବିମାନ କିଣିବା କମିଟର ସଦସ୍ୟ ଥିଲେ । ଆରକେଏସ ଭଦୋରିଆ ଏନଡିଏ ପୁନେର ଛାତ୍ର । ସେ ୪୨୫୦ରୁ ଅଧିକ ଘଣ୍ଟା ଉଡାଣ ଭରିଛନ୍ତି ଏବଂ ତାଙ୍କ ପାଖରେ ୨୬ ବିଭିନ୍ନ ପ୍ରକାର ଯୁଦ୍ଧ ବିମାନର ଅଭିଜ୍ଞତା ରହିଛି । ଭଦୋରିଆ ଦକ୍ଷିଣ କମାଣ୍ଡର ଭାବେ ମାର୍ଚ୍ଚ ୨୦୧୭ରୁ ଅଗଷ୍ଟ ୧୮ ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିଥିଲେ । ଏହାପରେ ସେ ଟ୍ରେନିଂ କମାଣ୍ଡର ଦାୟିତ୍ୱ ଚଳିତ ବର୍ଷ ପର୍ୟ୍ୟନ୍ତ ତୁଲାଇଥିଲେ । ଏହାପରେ ଚଳିତ ବର୍ଷ ମଇ ମାସରେ ଭାଇସ ଚିଫ ଅଫ ଦ’ ଏୟର ଷ୍ଟାଫକୁ ତାଙ୍କର ପଦୋନ୍ନତି ହୋଇଥିଲା ।