ମିଳିତ ଜାତିସଂଘରେ କାଶ୍ମୀର ମାମଲାରେ ମତ ରଖିଛନ୍ତି ମାଲେସିଆ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦ । ଭାରତ ବଳପୂର୍ବକ ପାକିସ୍ତାନକୁ ଅକ୍ତିଆର କରିଛି ବୋଲି ମହମ୍ମଦ ମତ ଦେଇଛନ୍ତି । ଉଭୟ ଭାରତ ଏବଂ ପାକିସ୍ତାନ ମିଳିତ ଭାବରେ କାଶ୍ମୀର ସମସ୍ୟାର ସମାଧାନ କରିବା ଉଚିତ୍ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ମହମ୍ମଦ । ଭାରତ ମିଳିତ ଜାତିସଂଘର ନିଷ୍ପତ୍ତିକୁ ବିରୋଧ କରିବା ସହିତ ଅନ୍ୟ ସମସ୍ତ ରାଷ୍ଟ୍ର ମାନଙ୍କ ନିମନ୍ତେ ଏକ ଖରାପ ଉଦାହରଣ ସୃଷ୍ଟି କରୁଛି । ଭାରତ ନିକଟରେ କାଶ୍ମୀର ଅଧିକାର କରିବାର ଅନେକ କାରଣ ରହିଛି ମାତ୍ର ଯେପରି ପରସ୍ଥିତିରେ ବଳପୂର୍ବକ ଭାବରେ ଏହା କାଶ୍ମୀର ଅଧିକୃତ କଲା ତାହା ଗ୍ରହଣଯୋଗ୍ୟ ନୁହେଁ । ମିଳିତ ଆଲୋଚନା ମାଧ୍ୟମରେ ଭାରତ ଏବଂ ପାକିସ୍ତାନ ଏହି ସମସ୍ୟାର ସମାଧାନ ବାହାର କରିବା ଉଚିତ୍ ବୋଲି ମାଲେସିଆ ପ୍ରଧାନମନ୍ତ୍ରୀ ମତ ଦେଇଥିଲେ ।