ସମୀକ୍ଷା ବ୍ୟୁରୋ
ବିଜେପୁର ଉପନିର୍ବାଚନ ପାଇଁ ୭ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ବିଜେପିର ସନତ ଗଡତିଆ, ବିଜେଡିର ରୀତା ସାହୁ, କଂଗ୍ରେସର ଦିଲ୍ଲୀପ ପଣ୍ଡାଙ୍କ ସମେତ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଓ ସମାଜବାଦୀର ପାର୍ଟିର ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ଏହି ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପଦ୍କପୁର ଉପଜିଲ୍ଲାପାଳ ଏହି ସମ୍ବନ୍ଧୀୟ ସୂଚନା ଦେଇଛନ୍ତି । କଂଗ୍ରେସର ଗଡ଼ ଥିବା ବିଜେପୁର ସୁବଳ ସାହୁଙ୍କ ମୃତ୍ୟୁ ପରେ ବିଜେଡ଼ି ଆସନ ତରଫରୁ ରୀତା ସାହୁ ଟିକେଟ ପାଇ ଜିତିଥିଲେ । ତେବେ ସେତେବେଳେ ସମବେଦନା ମୂଳକ ଭୋଟ ହେଉ ଅଥବା ବିଜେପୁର ପ୍ରତି ବିଜେଡ଼ିର ଫୋକସ୍ ପ୍ଲାନ୍ ହେଉ କିନ୍ତୁ ବିଜେଡ଼ି ସେଠାରେ ବାଜିମାତ୍ କରିଥିବାବେଳେ ଚଳିତ ସାଧାରଣ ନିର୍ବାଚନରେ ବିଜେଡ଼ି ସୁପ୍ରିମୋ ବିଜେପୁର ଆସନର ଛିଡା ହୋଇ ବାଜିମାତ୍ କରିଥିଲେ । ନବୀନ ପଟ୍ଟନାୟକ ହିଞ୍ଜିଳି ସହିତ ବିଜେପୁରର ଲଢି ବିଜୟୀ ହୋଇଥିଲେ । ତେବେ ବିଜେପୁର ଉପନିର୍ବାଚନକୁ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି । ପାଟକୁରା ପରି ଏଠାରେ ବିଜେଡ଼ି ବାଜିମାତ କରିବ ନା ଏଠି ଆଉ କିଛି ନୂତନ ସମୀକରଣ ଦେଖିବାକୁ ମିଳିବ, ତାହା ଅକ୍ଟୋବର ୨୪ ତାରିଖରେ ସ୍ପଷ୍ଟ ହୋଇଯିବ ।