ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଟ୍ବିଟ୍ଟର ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରିଛନ୍ତି । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଧନ୍ୟବାଦ ଜଣାଇ ପରୋକ୍ଷରେ ମୋଦିଙ୍କୁ ଆକ୍ରମଣ କରିଛନ୍ତି ରାହୁଲ୍ । ମୋଦିଙ୍କ ଅବ୍ କୀ ବାର ଟ୍ରମ୍ପ ସରକାର ମନ୍ତବ୍ୟକୁ ନେଇ ଟ୍ବିଟ୍ଟରରେ ଜୟଶଙ୍କରଙ୍କ ସଫେଇ ପରେ ରାହୁଲ ଏହି ଟ୍ବିଟ୍ କରିଥିଲେ । ଏସ୍ ଜୟଶଙ୍କର ପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟରେ କାର୍ଯ୍ୟ କରି ସାରିଛନ୍ତି ଏବଂ ବର୍ତ୍ତମାନ ସେ ମୋଦି ସରକାରରେ ବୈଦେଶିକ ମନ୍ତ୍ରୀ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭୁଲ୍କୁ ଘୋଡାଇବାକୁ ଚେଷ୍ଟା କରୁଥିବାରୁ ଜୟଶଙ୍କରଙ୍କୁ ଧନ୍ୟବାଦ । ମାତ୍ର ବୈଦେଶିକ ନୀତି ସମ୍ବନ୍ଧରେ ସେ ପ୍ରଧାନମନ୍ତ୍ରୀଙ୍କୁ କିଛି ଶିକ୍ଷା ଦିଅନ୍ତୁ ବୋଲି ରାହୁଲ୍ ଟ୍ବିଟ୍ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ହାଉଡି ମୋଦି କାର୍ଯ୍ୟକ୍ରମରେ ଅବ୍କୀ ବାର ଟ୍ରମ୍ପ ସରକାର ମତ ଦେଇଥିଲେ ।