ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ଙ୍କୁ ଝଟ୍କା । ନିଜ ବିପକ୍ଷରେ ରହିଥିବା ଦୁଇଟି ଅପରାଧିକ ମାମଲାର ତଥ୍ୟ ଲୁଚାଇଥିବା ନେଇ ସୁପ୍ରିମକୋର୍ଟରେ ବିଚାର ପ୍ରକ୍ରିୟାର ସମ୍ମୁଖୀନ ହେବେ ବୋଲି ଜଣାପଡିଛି । ସତୀଶ ୟୁକେଙ୍କ ପକ୍ଷରୁ ଦାୟର କରାଯାଇଥିବା ଏହି ମାମଲାକୁ ଗ୍ରହଣ କରିବା ସହିତ ଏହା ଉପରେ ବିଚାର କରିବାର ନିଷ୍ପତ୍ତି ନେଇଛନ୍ତି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ପୂର୍ବରୁ ବମ୍ବେ ହାଇକୋର୍ଟ ୟୁକେଙ୍କ ପିଟିସନ୍କୁ ଖାରଜ କରି ଦେଇଥିବା ବେଳେ ମଙ୍ଗଳବାର ସୁପ୍ରିମକୋର୍ଟ ଏହି ମାମଲାକୁ ଗ୍ରହଣ କରିବାର ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, 2014 ନିର୍ବାଚନ ପୂର୍ବରୁ ଫଡନବିସ୍ ଦାଖଲ କରିଥିବା ସତ୍ୟପାଠରେ ନିଜର ଦୁଇଟି ଅପରାଧିକ ମାମଲା ସମ୍ପର୍କରେ ଲୁଚାଇଥିବା ଅଭିଯୋଗ ହୋଇଥିଲା ।