ମହଙ୍ଗା ପଡିଲା ପୁଲିସ୍ ଉପରେ ଦାଦାଗିରି । କର୍ତ୍ତବ୍ୟରତ ପୁଲିସ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଝାରସୁଗୁଡା ବିଜେଡି ଉପସଭାପତି ଶମ୍ଭୁ ମହାନ୍ତି ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ରାତିରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ନିଜ ଗାଡ଼ିରେ ଯାଉଥିଲେ । ମାତ୍ର ସେ ସିଟ୍ ବେଲ୍ଟ୍ ବାନ୍ଧି ନଥିଲେ। ବେଲ୍ପାହାଡ଼ ଫାଟକ ନିକଟରେ କାର୍ଯ୍ୟରତ ଏଏସ୍ଆଇ ଗାଡି ଅଟକାଇବା ପରେ ବିଧାୟକଙ୍କ ପରିଚୟ ଜାଣି ଛାଡି ଦେଇଥିଲେ । ତେବେ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଝାରସୁଗୁଡ଼ା ବିଜେଡି ଜିଲ୍ଲା ଉପ-ସଭାପତି ଶମ୍ଭୁ ମହାନ୍ତି ପୁଲିସ୍ର ଏପରି କାର୍ଯ୍ୟକୁ ବିରୋଧ କରିଥିଲେ। କାର୍ଯ୍ୟରତ ଦୁଇ ପୁଲିସ କର୍ମଚାରୀଙ୍କୁ ଅତି ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ଏପରିକି ଜେଲ୍ ପଠାଇବାର ଧମକ ମଧ୍ୟ ଦେଇଥିଲେ। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ଶମ୍ଭୁ ମହାନ୍ତିଙ୍କୁ ଗିରଫ କରାଯାଇଛି ।