ଓଡିଶା ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ବିଧାନସଭା ପରିସରରେ ରହିଥିବା ମହାତ୍ମାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ଡ. ଗଣେଶୀ ଲାଲ ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଗାନ୍ଧୀଜୀଙ୍କ 150 ତମ ଜନ୍ମ ଦିବସ ଅବସରରେ ସମଗ୍ର ଦେଶ ଗାନ୍ଧୀଙ୍କ ଅହିଂସା ନୀତି ଓ ଆଦର୍ଶରେ ଅନୁପ୍ରାଣିତ ବୋଲି ରାଜ୍ୟପାଳ ଗଣେଶୀ ଲାଲ ପ୍ରକାଶ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗାନ୍ଧୀ ନୀତିର ବର୍ଣ୍ଣନା କରିଥିଲେ ।