ପେରୁରେ ଏକ ଭୟାନକ ବସ୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 23 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 15 ଜଣ ଆହତ ହୋଇଛନ୍ତି । ମଙ୍ଗଳବାର ରାତିରେ ଏହି ଦୁର୍ଘଟଣା ଘଟିଥିବା ନେଇ ପେରୁ ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି । ବସ୍ଟିରେ 40 ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ବସ୍ଟି 300 ଫୁଟ ତଳକୁ ଖସି ପଡିଥିଲା । ଆହତ ମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁଇ ଜଣ ଯାତ୍ରୀ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ଜଣାପଡିଛି । ଆହତଙ୍କ ମଧ୍ୟରୁ ଅନେକ ଗୁରୁତର ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ପର୍ଯ୍ୟଟକ ରହିଥିବା ବେଳେ ଦୁର୍ଘଟଣାର ତଦନ୍ତ ଜାରି ରହିଛି ।