ଦିଲ୍ଲୀରେ ଜୈସ୍ ଏ ମହମ୍ମଦ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଦିଲ୍ଲୀ ପୋଲିସ୍ ପକ୍ଷରୁ 7ଟି ସ୍ଥାନରେ ଚଢାଉ କରାଯାଇଛି । ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନୂଆଦିଲ୍ଲୀରେ କିଛି ଜୈସ୍ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିଥିଲା । ଏହାପରେ ରେଡ ଆଲର୍ଟ ଜାରି କରାଯିବା ସହିତ ଚଢାଉ କରାଯାଇଥିଲା । ବୁଧବାର ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସ୍ ପକ୍ଷରୁ ସୀଲାମପୁର, ଉତ୍ତର ପୂର୍ବ ଦିଲ୍ଲୀ, ଜାମିଆ ନଗର, ପାହାଡ ଗଞ୍ଜ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଏହି ତଲାସୀ ଅଭିଯାନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ହେବା ପରେ 3ରୁ 4 ଜଣ ଆତଙ୍କୀ ଦିଲ୍ଲୀରେ ପ୍ରବେଶ କରିଥିବା ନେଇ ସୂଚନା ପ୍ରକାଶ ପାଇଥିଲା ।