ଭୁବନେଶ୍ବର ୟୁନିଟ୍-6 ସ୍ଥିତ ଜନୈକ ଶିକ୍ଷୟିତ୍ରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି । ୟୁନିଟ୍-6 ସିଟି ସ୍କୁଲର ଶିକ୍ଷୟିତତ୍ରୀ ତିଳୋତ୍ତମା ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଶିକ୍ଷୟିତ୍ରୀଙ୍କ ବାସଭବନ ସମେତ ତିନୋଟି ସ୍ଥାନରେ ଚଢାଉ କରାଯାଇଛି । ଶିକ୍ଷୟିତ୍ରୀଙ୍କ ନାମରେ 9ଟି ପ୍ଲଟ୍, 2ଟି ଘର ସହିତ କୋଟିଏ ଟଙ୍କାରୁ ଅଧିକ ସମ୍ପତ୍ତି ରହିଥିବା ଜଣାପଡିଛି ।