ସମୀକ୍ଷା ବ୍ୟୁରୋ
ଗୃହ ନିର୍ମାଣ ଅଗ୍ରୀମ ସୁଧ ହାର ୭.୯ ପ୍ରତିଶତକୁ ହ୍ରାସ କରାଯାଇଛି। ଗୋଟିଏ ବର୍ଷ ଅବଧି ଲାଗି ଗୃହ ନିର୍ମାଣ ଅଗ୍ରୀମ (ଏଚବିଏ) ଉପରେ ସୁଧ ହାର ୭.୯ ପ୍ରତିଶତକୁ ହ୍ରାସ ପାଇଛି । ପୂର୍ବରୁ ଏହି ହାର ୮.୫ ପ୍ରତିଶତ ଥିଲା । ଯେ କୌଣସି ପରିମାଣର ଏଚବିଏ ଋଣ ରାଶି ପାଇଁ ଏହି ସୁଧ ହାର ଲାଗୁ ହେବ। ହ୍ରାସ ପାଇଥିବା ସୁଧ ହାର ୧ ଅକ୍ଟୋବର, ୨୦୧୯ ଠାରୁ ଲାଗୁ ହୋଇଛି । ସ୍ଥାୟୀ ସରକାରୀ କର୍ମଚାରୀଙ୍କ ସହିତ ୫ ବର୍ଷ ଲଗାତାର ସେବା ପ୍ରଦାନ କରିଥିବା ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ମଧ୍ୟ ଏଚବିଏ ଲାଗୁ ହେବ। ମନ୍ତ୍ରଣାଳୟ କିମ୍ବା ବିଭାଗଗୁଡ଼ିକୁ ଏଚବିଏ ନିୟମ ଅନୁଯାୟୀ ନିଜ କର୍ମଚାରୀଙ୍କ ଲାଗି ଗୃହ ନିର୍ମାଣ ଅଗ୍ରୀମ (ଏଚବିଏ) ମଞ୍ଜୁର କରିବା ଲାଗି କ୍ଷମତା ପ୍ରଦାନ କରାଯାଇଛି । ଏଚବିଏ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ କଲ୍ୟାଣକାରୀ ଯୋଜନା ଯାହା ମାଧ୍ୟମରେ ସେମାନଙ୍କୁ ଘର କିମ୍ବା ଫ୍ଲାଟର କ୍ରୟ କିମ୍ବା ନିର୍ମାଣ ଲାଗି ସହାୟତା ପ୍ରଦାନ କରାଯାଇ ଥାଏ ।