ବଲାଙ୍ଗୀର ପୋଲିସ ଏକ ବାଇକ୍ ଚୋରି ରାକେଟ୍ର ପର୍ଦ୍ଦାଫାଶ କରିଛି । କଣ୍ଟାବାଞ୍ଜି ପୋଲିସ୍ ପକ୍ଷରୁ 10 ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କରାଯିବା ସହିତ 25ଟି ବାଇକ୍ ଜବତ କରାଯାଇଛି । ଏହି ବାଇକ୍ ଚୋରି ଗ୍ୟାଙ୍ଗଟି ସମଗ୍ର ରାଜ୍ୟରେ ସକ୍ରିୟ ଭାବରେ କାର୍ଯ୍ୟ କରୁଥିବା ବେଳେ ନମ୍ବର ପ୍ଲେଟ୍ ବଦଳାଇ ଗାଡିକୁ ବିକ୍ରି କରୁଥିଲେ । ଏହି ରାକେଟ୍ରେ ସମ୍ପୃକ୍ତ ଗ୍ୟାରେଜ୍ ଗୁଡିକ ସମ୍ପର୍କରେ ପୋଲିସ୍ ତଦନ୍ତ ଚଳାଇଛି ।