ସମୀକ୍ଷା ବ୍ୟୁରୋ
ଆଜି ପୂଜା ଛୁଟି ପୂର୍ବରୁ ରାଜ୍ୟ ସରକାର ପୁଣି ଥରେ ଦୁର୍ନିତି ଗସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏକଥରେ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେମାନେ ହେଲେ ସହକାରୀ ଯୋଗାଣ ଅଧିକାରୀ ଅଶୋକ କୁମାର ମାଝୀ, ଉପବନ ସଂରକ୍ଷକ ଶରତ ଚନ୍ଦ୍ର ପଣ୍ଡା ଏବଂ ଢେଙ୍କାନାଳର ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ବେହେରା। ଏମାନେ ତାଙ୍କ ଚାକିରୀ କାଳ ମଧ୍ୟରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବାର ଅଭିଯୋଗ ଆସିଛି। ସେହି ଅଭିଯୋଗ ଆଧାରରେ ତାଙ୍କୁ ବାଧ୍ୟତାମୂଳକ ବହିସ୍କାର ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ରାଜ୍ୟ ସରକାର ୩୭ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି। ସେହିପରି ୬ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍ ମଧ୍ୟ ବନ୍ଦ କରି ଦେଇଛନ୍ତି। ଏଥିରେ ଇଂଜିନିୟର, କିରାଣୀ , ପ୍ରଧାନ ଶିକ୍ଷକ, ରାଜସ୍ୱ ନିରିକ୍ଷକ, ଫାର୍ମାସିଷ୍ଟ, ଅମିନ ଏବଂ ପଂଚାୟତ ନିର୍ବାହୀ ଅଧିକାରୀ ସାମିଲ ଅଛନ୍ତି। ପରବର୍ତ୍ତି ସମୟରେ ଏହିପରି ଦୁର୍ନିତି ଗସ୍ତ ଅଧିକାରୀଙ୍କ ବିରୋଧରେ ସରକାର କଡା ପଦକ୍ଷେପ ଗ୍ରହଣ କରିବେ ବୋଲି ଜଣାପଡିଛି।