ସମୀକ୍ଷା ବ୍ୟୁରୋ
ଆସନ୍ତା 6 ତାରିଖରେ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେଥିପାଇଁ ଭୁବନେଶ୍ବର ପୋଲିସ କମିଶନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେଦିନ ଉପରାଷ୍ଟ୍ରପତି ସକାଳ 10ଟା 15 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବେ। ଏହାପରେ ସେ ସେଠାରୁ ସିଧା କିଟ୍ କ୍ୟାମ୍ପସକୁ ଯିବେ। ସେଠାରେ ଦିନ 11ଟା ବେଳେ 39ତମ ବିଶ୍ବ କବି ସମ୍ମିଳନୀର ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେଠାରୁ ସେ କଟକ ଅଭିମୁଖେ ଯାତ୍ରା କରିବେ। ଅପରାହ୍ନ 3ଟା 55 ମିନିଟରେ ଉପରାଷ୍ଟ୍ରପତି କଟକ ଜବାହାରଲାଲ ନେହୁର ଇନଡୋର ଷ୍ଟାଡିୟମରେ ଦୈନିକ ସମାଜର ଏକ ଶହତମ ଜନ୍ମ ଉତ୍ସବ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ଉପରାଷ୍ଟ୍ରପତି 5ଟା 55 ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚି ନୂଆ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।