ମୁମ୍ବାଇର ଆରେ କଲୋନୀର ଗଛକଟା ଉପରେ ରୋକ୍ ଲଗାଇଛନ୍ତିକ ସୁପ୍ରିମ୍କୋର୍ଟ । ସୋମବାର ମାମଲାର ବିଚାର କରି ସୁପ୍ରିମ୍କୋର୍ଟ ଏହି ଘୋଷଣା କରିଛନ୍ତି । ଆସନ୍ତା 21 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ୍ ନିଷ୍ପତ୍ତି ନେଇଥିବା ବେଳେ ଆସନ୍ତା ଶୁଣାଣି ପର୍ଯ୍ୟନ୍ତ ଗଛକଟା ଯିବା ଉପରେ ରୋକ୍ ଲଗାଇଛନ୍ତି କୋର୍ଟ । ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ କେବଳ ଆବଶ୍ୟକୀୟ ଗଛ କଟାଯିବା ପାଇଁ ଆବେଦନ କରାଯାଇଥିବା ବେଳେ କୋର୍ଟଙ୍କ ପକ୍ଷରୁ ଏହାକୁ ଖାରଜ କରାଯାଇ ସ୍ଥିତାବସ୍ଥା ଜାରି କରାଯାଇଛି । ଜଷ୍ଟିସ୍ ଅରୁଣ ମିଶ୍ର ଏବଂ ଅଶୋକ ଭୂଷଣଙ୍କ ନେତୃ୍ତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।