ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର,ଓଡ଼ିଶାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆଜି ବିଦେଶ ଗସ୍ତରୁ ଫେରିଛନ୍ତି । ସେ ସେପ୍ଟମ୍ବର ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ୬୪ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗଦେବା ପାଇଁ ବାଚସ୍ପତି ଉଗାଣ୍ଡାର ରାଜଧାନୀ କାମ୍ପାଲା ଗସ୍ତ କରିଥିଲେ । କାମ୍ବାଲାରୁ ବାଚସ୍ପତି ଡ. ପାତ୍ର ଏକ ଅଧ୍ୟୟନ ଗସ୍ତରେ ହଙ୍ଗେରୀ, ପୋଲାଣ୍ଡ ଓ ଚେକୋସ୍ଲୋଭାକିଆ ଆଦି ଦେଶ ଗସ୍ତ କରିଥିଲେ । ତାଙ୍କର ଏହି ଗସ୍ତ କାଯ୍ୟକ୍ରମ ସରିବା ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି । ଡ. ପାତ୍ରଙ୍କ ସହ ଏହି ବିଦେଶ ଗସ୍ତରେ ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ ମଧ୍ୟ ଯାଇଥିଲେ।