ଆଜି ବାୟୁସେନାର ୮୭ତମ ପ୍ରତିଷ୍ଠା ଦିବସ ପାଇଁ ଗାଜିଆବାଦର ହିଣ୍ଡୋନ ଏୟାର ଫୋର୍ସ ଷ୍ଟେସନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବାୟୁସେନା ପାଖରେ ଥିବା ବିଭିନ୍ନ ପରିବହନ ବିମାନ, ହେଲିକପ୍ଟର ଓ ଯୁଦ୍ଧ ବିମାନ ନିଜର ପରାକ୍ରମ ଦେଖାଇଛନ୍ତି । ବାୟୁସେନାରେ ନୂଆ କରି ସାମିଲ ହୋଥିବା ଆପାଚେ ହେଲିକପ୍ଟର ଓ ଚିନୁକ୍ ପରିବହନ ହେଲିକପ୍ଟର ବିଭିନ୍ନ ସାମରିକ କୌଶଳ ପ୍ରଦର୍ଶନ କରିଛନ୍ତି । ଏଥିରେ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ ଯୋଗଦେଇ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବାୟୁସେନା ଦେଶର ସୁରକ୍ଷା ସହିତ କଦାବି ସାଲିସ୍ କରିବ ନାହିଁ ବୋଲି ଭଦୌରିଆ ପ୍ରକାଶ କରିଛନ୍ତି । ପ୍ରତିଷ୍ଠା ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ କରି ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ କରି ଭାରତୀୟ ବାୟୁସେନାର ସାହାସକୁ ପ୍ରଶଂସା କରିଛନ୍ତି । ଏଥିସହ ବାୟୁସେନାର ପରାକ୍ରମ ସମ୍ବଳିତ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।