ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ନିଜର ଭିସା ପାଇଁ ଟ୍ବିଟ୍ଟର ଜରିଆରେ ଅନୁରୋଧ କରିଛନ୍ତି । ଡେନ୍ମାର୍କ ପାଇଁ ସାଇନା ଭିସା ଆବେଦନ କରିଥିବା ବେଳେ ଏହାକୁ ମଞ୍ଜୁରୀ ମିଳିନାହିଁ । ଆସନ୍ତା ସପ୍ତାହରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ଥିବାକୁ ବେଳେ ସାଇନା ଏବଂ ତାଙ୍କ ପ୍ରଶିକ୍ଷକଙ୍କୁ ଭିସା ପ୍ରଦାନ କରିବା ପାଇଁ ଟ୍ବିଟ୍ କରି ଆବେଦନ କରିଛନ୍ତି । ‘ଆସନ୍ତା ସପ୍ତାହର ମଙ୍ଗଳବାରରୁ ଡେନମାର୍କର ଓଡେନ୍ସରେ ମୋର ପ୍ରଥମ ମ୍ୟାଚ୍ ରହିଛି । ତେଣୁ ଜରୁରୀ କାଳୀନ ପ୍ରକ୍ରିୟାରେ ମୋର ଏବଂ ମୋର ପ୍ରଶିକ୍ଷକଙ୍କ ଭିସାକୁ ମଞ୍ଜୁରୀ ପ୍ରଦାନ କରାଯାଉ’ ବୋଲି ସାଇନା ଟ୍ବିଟ୍ କରିଛନ୍ତି । ସାଇନା ଡେନମାର୍କ ଓପନ ପ୍ରଥମ ରାଉଣ୍ଡରେ ଜାପାନର ସାୟକା ଟାକାସାହିଙ୍କୁ ଭେଟିବାକୁ ଯାଉଛନ୍ତି ।