ଗତକାଲି ଦୁର୍ଗା ମୂର୍ତ୍ତି ଭସାଣୀ ସମୟରେ ନଦୀରେ ବୁଡ଼ି ଯାଇ 7 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ନିଖୋଜ ଅଛନ୍ତି। ରାଜସ୍ଥାନର ଢୋଲପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତକାଲି ଢୋଲପୁରରେ ଥିବା ପାର୍ବତୀ ନଦୀରେ ଦୁଇଟି ପୃଥକ ପୃଥକ ସ୍ଥାନରେ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ଏହି ଅଘଟଣ ଘଟିଥିଲା । ଦୁଇଟି ସ୍ଥାନରେ ମୋଟ 10 ଜଣ ନଦୀର ସ୍ରୋତରେ ଭାସି ଯାଇଥିଲେ । ଏହାପରେ ନଦୀ କୂଳରେ ଥିବା ସେପଉ ପୁଲିସ୍ ଷ୍ଟେସନ ନିକଟରୁ ଜଣଙ୍କର ଶବ ଉଦ୍ଧାର ହୋଇଥିଲା । ତା’ପରେ ପାର୍ବତୀ ନଦୀ ସହିତ ଯୋଡ଼ି ହୋଇଥିବା ଚମ୍ୱଲ ନଦୀରୁ ଆଉ 4ଟି ମୃତଦେହ ଉଦ୍ଧାର କରାଯାଇଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ତିନି ନିଖୋଜଙ୍କ ସନ୍ଧାନ ଜାରି ରହିଛି ।