ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କ ଭିଡ ହିଂସା ମନ୍ତବ୍ୟକୁ ନେଇ ହାଇଦ୍ରାବାଦ ସାଂସଦ ଅସଦ୍ଦୁଦ୍ଦିନ୍ ଓଓ୍ବେସୀ ସମାଲୋଚନା କରିଛନ୍ତି । ଆରଏସ୍ଏସ୍କୁ ସମାଲୋଚନା କରି ଓଓ୍ବେସୀ କହିଛନ୍ତି, ଯଦି ଭିଡ ହିଂସା ଭାରତୀୟ ସଂସ୍କୃତି ନୁହେଁ ତେବେ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଭିଡ ହିଂସା ବଢିବାର କାରଣ କଣ? ଗଡ୍ସେଙ୍କୁ ଭକ୍ତି କରୁଥିବା କିଛି ବିଜେପି ସାଂସଦ ଏପରି ଭିଡ ହିଂସାର କାରଣ ବୋଲି ଓଓ୍ବେସୀ କହିଛନ୍ତି । ଭାଗବତଙ୍କୁ ଟାର୍ଗେଟ କରି ଓଓ୍ବେସୀ କହିଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଜଣେ ବ୍ୟକ୍ତି ହତ୍ୟା କରିଥିବା ବେଳେ ସେହି ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିରେ ବିଜେପି ସାଂସଦ ପୁଷ୍ପମାଲ୍ୟ ଅର୍ପଣ କରୁଛନ୍ତି । ସେହିପରି ଅନ୍ୟ ଏକ ପୋଷ୍ଟରେ ଓଓ୍ବେସୀ କହିଛନ୍ତି, ଗଡକରୀ ଭିଡ ହିଂସା ରୋକିବା ପାଇଁ ଆହ୍ବାନ ଦେବା ପରିବର୍ତ୍ତେ ଏହାକୁ ଭିଡ ହିଂସା ନକହିବା ପାଇଁ କହିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଓଓ୍ବେସି କହିଛନ୍ତି ।