ବିଜେପୁର ଭୋଟ ଗ୍ରହଣ ପୂର୍ବରୁ ମୁହଁ ଖୋଲିଛନ୍ତ ବିଜେପି ନେତା ଅଶୋକ ପାଣିଗ୍ରାହୀ। ଆଜି ସେ ଦଳ ଉପର ଅସନ୍ତୋଷ ପ୍ରକାଶ କରିଛନ୍ତି । “ ଦଳ ମୋତେ ଅଣଦେଖା କରୁଛି। କୌଣସି ଦାୟିତ୍ୱ ଦେଉନାହିଁ”, ସାଧାରଣ ନିର୍ବାଚନରେ ମୋତେ କୌଣସି ଦାୟିତ୍ୱ ମିଳିନଥିଲା । ଦଳ ବୋଧେ ମୋତେ ବିଶ୍ୱାସ କରୁନାହିଁ । ଏଥିପାଇଁ ମୁଁ ସନ୍ଦେହରେ ପଡ଼ି ଯାଇଛି ବୋଲି ଅଶୋକ କହିଛନ୍ତି । ସେହିପରି ଦଳଛାଡିବା ପ୍ରସଙ୍ଗକୁ ଗୁଜବ ବୋଲି କହିଛନ୍ତି । ଦଳରେ ଯାହା ଦାୟିତ୍ବ ପ୍ରଦାନ କରାଗଲେ ମୁଁ କରିବା ପାଇଁ ପ୍ରସ୍ତୁତ ବୋଲି ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।