ବିଜେପୁର ଉପ ନିର୍ବାଚନ ପାଇଁ ରାଜନୀତି ସରଗରମ ହେଉଥିବା ବେଳେ ଆଜି ବିଜେପିର ଷ୍ଟାର ପ୍ରଚାରକ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରରେ ପ୍ରଚାର କରିବେ ବୋଲି ଜଣା ପଡିଛି । ବିଜେପୁରର ଗାଇସିଲଟ ବ୍ଲକର ତଳପାଲି ଓ ବରପାଲି ବ୍ଲକର ଅଗଲପୁରରେ ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ସେ ପ୍ରଚାର କରିବେ । ଏହୋ ସହିତ ଏହି ଦୁଇ ପ୍ରଚାର କାର୍ଯ୍ୟକ୍ରମ ବ୍ୟତୀତ ଧର୍ମେନ୍ଦ୍ର ଏକ ରୋଡ ଶୋ କରିବେ ବୋଲି ମଧ୍ୟ ଜଣାପଡିଛି ।