ରାନବାକ୍ସି ପ୍ରମୋଟର ଶିବିନ୍ଦର ସିଂ ଏବଂ ମାଲବିନ୍ଦର ସିଂଙ୍କୁ ଗିରଫ କରାଯାଇଛି । 740 କୋଟିର ଅର୍ଥ ହେରଫେର ମାମଲାରେ ଏହି ରାନବାକ୍ସିର ଦୁଇ ପୂର୍ବତନ ପ୍ରମୋଟରଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଉଭୟଙ୍କୁ ପଞ୍ଜାବର ଲୁଧିଆନା ସ୍ଥିତ ବାସଭବନରୁ ଇଡି ପକ୍ଷରୁ ଗିରଫ କରାଯାଇଛି । ଜାପାନିଜ୍ ଫାର୍ମ ଡାଇଚି ସାଙ୍କ୍ୟୋକୁ ରାନବାକ୍ସି ବିକ୍ରୟ କରିବା ସମୟରେ ଏହି ଦୁଇ ଜଣ 740 କୋଟି ଟଙ୍କାର ଅର୍ଥ ହେରଫେର କରିଥିବାର ଅଭିଯୋଗ ଆସିଥିଲା ।