ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ରେ ଭାରତ ଦୃଢ ସ୍ଥିତିରେ ରହିଛି । ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ଶତକ ହାସଲ କରି ବ୍ୟାଟିଂ କରୁଥିବା ବେଳେ ଦଳ ତିନି ଓ୍ବିକେଟ ବିନିମୟରେ 356 ରନ୍ ସଂଗ୍ରହ କରିଛି । ପ୍ରଥମ ଦିନରେ ମୟଙ୍କ ଅଗ୍ରଓ୍ବାଲଙ୍କ ଶତକ ସହାୟତାରେ ଭାରତ 273/3 ସଂଗ୍ରହ କରିଥିବା ବେଳେ ଦିନର ଆରମ୍ଭରୁ ରାହାଣେ ଏବଂ କୋହଲି ସତର୍କତାର ସହିତ ବ୍ୟାଟିଂ କରିଥିଲେ । କୋହଲି 183 ବଲ୍ର ସମ୍ମୁଖୀନ ହୋଇ 16 ଚୌକା ସହାୟତାରେ 103 ରନ୍ ସଂଗ୍ରହ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ (58)ଙ୍କ ସହିତ ଅବିଭାଜିତ 156 ରନ୍ ଯୋଡିଛନ୍ତି । ଦ.ଆଫ୍ରିକା ପକ୍ଷରୁ ରବାଡା 3ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।