ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍ ପୁନର୍ବାର ଗିରଫ ହୋଇଛନ୍ତି । ଚୌଧୁରୀ ଚିନି କଳ ଦୁର୍ନୀତି ମାମଲାରେ ଗିରଫ ହେବା ସହିତ ନଓ୍ବାଜଙ୍କୁ 14 ଦିନିଆ ରିମାଣ୍ଡରେ ନେବାକୁ ଶୁକ୍ରବାର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ରାୟ ପ୍ରକାଶିତ ହେବା ପରେ ଶରିଫ୍ଙ୍କୁ ଲାହୋର ସ୍ଥିତ ଜେଲକୁ ପଠାଯାଇଛି । ଚିନି କଳର ଅଂଶଧନ ବିକ୍ରିରେ ଶରିଫ୍ ପରିବାରର ସମ୍ପୃକ୍ତି ନେଇ ଅଭିଯୋଗ ଆସିଥିଲା । ଏନ୍ଏବି ପକ୍ଷରୁ ତଦନ୍ତ କରାଯାଇ ଅର୍ଥ ହେରଫେର ମାମଲାରେ ଶରିଫ୍ ଏବଂ ତାଙ୍କ ଝିଅ ମରିୟମ୍ ଶରିଫ୍ଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ମରିୟମଙ୍କ ନିକଟରେ ଏହି କମ୍ପାନୀର 1.2 କୋଟି ଅଂଶଧନ ରହିଛି ।