ଲୋକଙ୍କଠାରୁ ରାଜ୍ୟ ସରକାରଙ୍କ ପ୍ରଦର୍ଶନ ବିଷୟରେ ଜାଣିବା ଲାଗି ରାଜ୍ୟ “ଫାଇଭ ଟି” ସଚିବ ଭି.କାର୍ତ୍ତିକ ପାଣ୍ଡିଆନ ସିଧାସଳଖ ଲୋକଙ୍କ ସହ କଥା ହେବା ଆରମ୍ଭ କରିଛନ୍ତି। ଗତକାଲି ମାଲକାନଗିରି ଓ କୋରାପୁଟ ଗସ୍ତ କରିବା ପରେ ଆଜି ସେ ଅଚାନକ ବୌଦ୍ଧରେ ପହଞ୍ଚି ଆହାର କେନ୍ଦ୍ରରେ ଲୋକଙ୍କ ସହ ଠିଆ ହୋଇ ଖାଇଥିଲେ। ଆହାର କେନ୍ଦ୍ରରେ ଦିଆ ଯାଉଥିବା ଖାଦ୍ୟର ଗୁଣାତ୍ମକ ମାନ, ସ୍ବଚ୍ଛତା ଓ ବ୍ୟବହାର ବିଷୟରେ ସେ ଲୋକଙ୍କଠାରୁ ପଚାରି ବୁଝିଥିଲେ।