ମହାବଳୀପୁରମ: ଚେନ୍ନାଇର ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିଲାଥିଲା। ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗିଙ୍କୁ ସେ ମହାବଳୀପୁରମରମର ପ୍ରାଚୀନ କାରୁକାର୍ଯ୍ୟକୁ ନିଜେ ଟୁରିଷ୍ଟ ଗାଇଡ ଭାବେ ବୁଲାଇ ଦେଖାଇଥିଲେ। ମୋଦି ତାମିଲନାଡୁର ପାରଂପାରିକ ପୋଷାକ ପିନ୍ଧି ଏହି ବିଶ୍ବ ଐତିହ୍ୟକୁ ବୁଲାଇ ଦେଖାଇଥିଲେ। ସେ ତାମିଲନାଡୁର ଧୋତି ସହିତ ଧଳା ସାର୍ଟ ଏବଂ ବେକରେ ଏକ ଉତ୍ତରୀୟ ପିନ୍ଧିଥିଲେ। ଜିନପିଙ୍ଗି ମଧ୍ୟ ବ୍ଲେଜର ଓ ଟାଇ ବଦଳରେ ସେ ସାଧାରଣ କଳା ରଂଗର ପ୍ୟାଣ୍ଟ ଓ ଧଳା ସାର୍ଟ ପିନ୍ଧିଥିଲେ।
ୟୁନିସ୍କୋର ଅନୁସାରେ ଏହି ମହାବଳୀପୁରମରେ ରହିଛି 7ମ ଓ 8ମ ଶତାଦ୍ଦୀର ପଥର କାରୁକାର୍ଯ୍ୟ। କରମଣ୍ଡଳ ଉପକୂଳରେ ଏହି ପଥର କାରୁକାର୍ଯ୍ୟକୁ ପଲ୍ଲବ ରାଜାଙ୍କ ସମୟରେ ଖୋଦିତ କରାଯାଇଥିଲା। ଏହି ପ୍ରାଚୀନ ଐତିହ୍ୟ ଗୁମ୍ଫାକୁ ଉଭୟ ନେତା ପ୍ରାୟ ଏକ ଘଣ୍ଟା ଧରି ଭ୍ରମଣ କରିଥିଲେ। ମୋଦି ସବୁ ସ୍ଥାନରେ ଗୁମ୍ଫାର କାରୁକାର୍ଯ୍ୟ ଏବଂ ଏହାର ଐତିହାସିକତା ସଂପର୍କରେ ମଧ୍ୟ ଜିନିପିଙ୍ଗକୁ ବୁଝାଇ ଦେଇଥିଲେ। ଭ୍ରମଣ ମଝିରେ ଉଭୟ ପଞ୍ଚରଥ ସ୍ଥାନରେ ପଇଡ ପିଇଥିଲେ। ବିଶ୍ବର ଦୁଇ ମହାବଳୀଙ୍କ ଗସ୍ତକୁ ନଜରରେ ରଖି ସେଠାକାର ମନ୍ଦିର ଏବଂ ପଞ୍ଚରଥ ସ୍ଥାନକୁ ଆଲୋକମାଳାରେ ସଜାଯାଇଥିଲା। ଏହାପରେ ଉଭୟ ଭାରତର ଶାସ୍ତ୍ରୀୟ ନୃତ୍ୟକୁ ଉପଭୋଗ କରିଥିଲେ।