ମୃତ୍ୟୁ କିଭଳି ମଧ୍ୟ ଆସିପାରେ । ଟ୍ୟୁସନ୍ ଯାଉଥିବା ସମୟରେ ହାଇବା ମାଡିଯିବାରୁ ଜଣେ ଛାତ୍ରଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଚଛନ୍ତି । ପାରାଦୀପର ଫୁଲବେଲାରୀ ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ୟୁସନ୍ ଯାଉଥିବା ସ୍କୁଲ ଛାତ୍ରଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ମାଡ଼ିଗଲା । ଫଳରେ ଘଟଣାସ୍ଥଳରେ ଜଣେ ଛାତ୍ର ପ୍ରାଣ ହରାଇଥିବାବେଳେ 2 ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରଦ୍ୱୟଙ୍କୁ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।