ଆଜି ତାମିଲନାଡୁ ମହାବଳିପୁରମ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଳାଭୂମି ସଫେଇ କରିଛନ୍ତି । ୩୦ ମିନିଟ୍ ଯାଏ ସମୁଦ୍ର କୂଳ ସଫେଇ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସଫେଇ ମାଧ୍ୟମରେ ସମାଜକୁ ସ୍ବଚ୍ଛତାର ବାର୍ତ୍ତା ଦେଇଛନ୍ତି । ବେଳାଭୂମିରୁ ପ୍ଲାଷ୍ଟିକ ଆବର୍ଜନା ଉଠାଇଛନ୍ତି ମୋଦି । ଗତକାଲି ଐତିହାସିକ ସହର ମହାବଳିପୁରମ୍ରେ ଚୀନ୍ର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅନୌପଚାରିକ ସାକ୍ଷାତକାର ହୋଇଛି । ଆଜି ଦୁଇ ରାଷ୍ଟ୍ରର ମୁଖ୍ୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେଉଛି ।