ଅନଲାଇନ୍ରେ ଏବେ ଲୁଟେରା ମାତିଛନ୍ତି । ରାଉରକେଲା ବିଶ୍ରା ଥାନା ଅଂଚଳରେ ଜଣେ ଯୁବତୀଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ହୋଇଯାଇଛି । ଦୁର୍ବୃତ୍ତ ଅନ୍ଲାଇନରେ ପ୍ରାୟ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ସଂପୃକ୍ତା ଯୁବତୀ ବିଶ୍ରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ, ଅନୁସାରେ ଯୁବତୀ ଜଣକ ଅନ୍ଲାଇନ୍ରେ କିଛି ଜିନିଷ ମଗାଇଥିଲେ । ଏଥିପାଇଁ ସେ ପେଟିଏମ୍ ଜରିଆରେ ୟୁପିଆଇ ଆଇଡି ଦେଇ ପେମେଣ୍ଟ କରିଥିଲେ । କିନ୍ତୁ ତାଙ୍କ ଜିନିଷ ପହଁଚି ନ ଥିଲା । ବିଳମ୍ବ ହେବାରୁ ଗୁଗୁଲରୁ ସେ କମ୍ପାନୀକୁ କଲ୍ କରିଥିଲେ । କିନ୍ତୁ ତାଙ୍କୁ କୌଣସି ସହଯୋଗ ମିଳି ନଥିଲା । ପରେ ତାଙ୍କ ଆକାଉଣ୍ଟରୁ ୩ ଥରରେ ୫୦ ହଜାର ଟଙ୍କା ହଡ଼ପ ହୋଇଥିବା ଜାଣିବାକୁ ପାଇଛନ୍ତି । ଏ ନେଇ ସେ ବିଶ୍ରା ଥାନାରେ ଏତଲା ଦେଇଛନ୍ତି ।