ଲୋକସେବା ଭବନର କେୟାଟେକର ରୁମ୍ରେ ଅଗ୍ନିକାଣ୍ଡ ଘଟିଛି । ସକାଳ ପ୍ରାୟ ୯ଟା ବେଳେ ଏହି ନିଆଁ ଲାଗିଥିବାର ସୂଚନା ରହିଛି । ୪୫ ମିନିଟ୍ ଧରି ନିଆଁ ଜଳିବା ପରେ ଅଗ୍ନିଶମ ବାହିନୀ ଦ୍ବାରା ନିଆଁକୁ ଆୟତ୍ତ କରାଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବାବେଳେ ଏଥିରେ ହୋଇଥିବା କ୍ଷୟକ୍ଷତି ମଧ୍ୟ କିଛି ଜଣାପଡିନାହିଁ ।