ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଝଟ୍କା । ବିଜେପୁର ଇସ୍ତଫା ଦେଲେ ବିଜେପୁରର ବରିଷ୍ଠ ନେତା ଅଶୋକ ପାଣିଗାଗ୍ରହୀ । ୨୦୧୮ ଉପନିର୍ବାଚନରେ ବିଜେପୁରରୁ ବିଜେପିର ପ୍ରାର୍ଥୀ ଥିଲେ । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବାର ଅଭିଯୋଗ କରି ସେ ବିଜେପିରୁ ଇସ୍ତଫା ଦେଇଛନ୍ତି । ଦଳରେ ତାଙ୍କୁ ଗୁରୁତ୍ବ ଦିଆଯାଇନଥିବା ତଥା ଅଣଦେଖା କରାଯାଇଥିବାରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ତେବେ । ଏପରିକି ତାଙ୍କ ନାମ ତାରକା ପ୍ରଚାରକରେ ମଧ୍ୟ ରଖାଯାଇନାହିଁ ବୋଲି ସେ କହିଛନଦ୍ତି । ଦଳର ପ୍ରାଥମିକ ସଦସ୍ୟରୁ ମଧ୍ୟ ଇସ୍ତଫା ଦେଇଛନ୍ତି ଅଶୋକ ପାଣିଗ୍ରାହୀ ।