Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ମୋ ସରକାର’ କାର୍ଯ୍ୟକ୍ରମକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ୫ଟି ହସପିଟାଲର ବଢିଲା ୧୩ଶହ ଶଯ୍ୟା
ବିଶେଷ ଖବର

‘ମୋ ସରକାର’ କାର୍ଯ୍ୟକ୍ରମକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ୫ଟି ହସପିଟାଲର ବଢିଲା ୧୩ଶହ ଶଯ୍ୟା

October 14, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଏବଂ ମୁଖ୍ୟମନ୍ତ୍ରୀ ଦପ୍ତରର ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ହସପିଟାଲ ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଏହି ଦଳ ଗସ୍ତ କରିଥିବା ବିଭିନ୍ନ ଜିଲ୍ଲା ମଧ୍ୟରୁ ତିନୋଟି ଜିଲ୍ଲାର ହସପିଟାଲର ଉନ୍ନତି ପାଇଁ ନିଆଯାଇଛି। ଏଥିରେ ଏକାଥରେ ୧୩ଶହ ୫୦ ଶଯ୍ୟା ବୃଦ୍ଧି କରାଯିବା ସହିତ ଆଉ ଏକ ୨ଶହ ଶଯ୍ୟା ବିଶିଷ୍ଠ ନୂତନ ହସପିଟାଲ ଗୃହ ନିର୍ମାଣ ପାଇଁ ମଧ୍ୟ ଘୋଷଣା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ରୋଗୀ କଲ୍ୟାଣ ସମିତି ପାଇଁ ୧୫ ଲକ୍ଷ ଟଙ୍କାର ମଞ୍ଜୁରୀ ଦିଆଯାଇ ଥିବା ବେଳେ ରକ୍ତଦାନ ପ୍ରୋତ୍ସାହନ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରାଯାଇଛି।

ତିନୋଟି ଜିଲ୍ଲା ପାଇଁ ଯେଉଁ ଘୋଷଣା କରାଯାଇଛି ସେଥିରେ ରହିଛି..

ମାଲକାନ୍‌ଗିରି ଜିଲ୍ଲା ମେଡ଼ିକାଲ୍‌

ମେଡ଼ିକାଲରେ ଶଯ୍ୟା ସଂଖ୍ୟାରେ ୨୦୦ ବୃଦ୍ଧି କରାଯାଇଛି।

ମୋଟୁରୁ ମାଲକାନିଗିରି ପାଇଁ ପ୍ରତିଦିନ ବସ ସେବା

କର୍ମଚାରୀଙ୍କ ପାଇଁ କ୍ବାଟର ଓ ଟ୍ରାଞ୍ଜିଟ୍‌ ହୋମ୍‌

ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର

କୋରାପୁଟ୍‌ ମେଡ଼ିକାଲ କଲେଜ

କୋରାପୁଟ ମେଡ଼ିକାଲ୍‌ କଲେଜ ପାଇଁ ଶଯ୍ୟାରେ ୭୦୦କୁ ବୃଦ୍ଧି

କର୍ମଚାରୀଙ୍କ ପାଇଁ କ୍ବାର୍ଟର ଓ ଟ୍ରାଞ୍ଜିଟ୍‌ ହୋମ୍‌

ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର

ମେଡ଼ିକାଲକୁ ମିଳିବି ୫ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଗାଡ଼ି

କୋରାପୁଟ ମେଡ଼ିକାଲ

ମେଡ଼ିକାଲ ଶଯ୍ୟା ସଂଖ୍ୟାରେ ୨୫୦ ବୃଦ୍ଧି

ବର୍ତ୍ତମାନର କୋଠା ଉପରେ ନୂତନ ଓ୍ବାର୍ଡ ନିର୍ମାଣ

କର୍ମଚାରୀଙ୍କ ପାଇଁ କ୍ବଟାର ଓ  ଟ୍ରାଞ୍ଜିଟ୍‌ ହୋମ୍‌

ଦୁଇଟି ଆମ୍ବୁଲାନ୍ସ

ନବରଙ୍ଗପୁର  ମୁଖ୍ୟ ହସ୍‌ପିଟାଲ

ମେଡ଼ିକାଲ୍‌ ଶଯ୍ୟା ରେ ୨୦୦ ବୃଦ୍ଧି

୨୦୦ ଶଯ୍ୟା ବିଶିଷ୍ଟ ନୂତନ ମେଡ଼ିକାଲ କୋଠା ନିର୍ମାଣ

ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର

୩ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଗାଡ଼ି

ରାଜ୍ୟ ସରକାର ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ମୋ’ ସରକାରର କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଏବେ ୧୦ ଦିନରେ ପହଞ୍ଚିଲାଣି। ଏହି କାର୍ଯ୍ୟକ୍ରମରେ ପ୍ରଥମ ପଯ୍ୟାୟରେ ଡାକ୍ତରଖାନା ଓ ଥାନାକୁ ଫୋକସ୍‌ କରାଯାଇଛି। ଲୋକମାନେ ଠିକରେ ସେବା ପାଉଛନ୍ତି କି ନାହିଁ ତାହା ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ଖୋଦ ଫୋନ କରିବେ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ  ବିଗତ ୧୦ ଦିନ ମଧ୍ୟରେ  ୧୨୦ ଜଣଙ୍କ ସହିତ କଥା ହୋଇଛନ୍ତି।  ସେହିପରି ବରିଷ୍ଠ ଅଧିକାରୀମାନେ ୧୫ଟି ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା ମଧ୍ୟ କରିଛନ୍ତି। ମୋ’ ସରକାରର ଯୋଜନାର ସମୀକ୍ଷା ପରେ ଏହି ବଡ ଘୋଷଣା ମୁଖ୍ୟମନ୍ତ୍ରୀ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ନିଯୁକ୍ତ ହେବେ ୪୫ ହଜାର ଶିକ୍ଷକ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣା ବହି

August 22, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି, ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ, ଆବେଦନର ଶେଷ ତାରିଖ..

August 21, 2025
Latest News

ଏଥର ୨୦ ବର୍ଷ ଯାଏଁ ଚଳାଇପାରିବେ ଗାଡ଼ି: କିନ୍ତୁ ଆପଣଙ୍କୁ ଏତେ ଦେବାକୁ ପଡିବ ପଞ୍ଜିକରଣ ଫି

August 22, 2025

କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଗାଇଲେ ଆରଏସଏସ ସଙ୍ଗୀତ: କଂଗ୍ରେସକୁ କଟାକ୍ଷ କଲା ବିଜେପି

August 22, 2025

ସିବିଆଇ ହାତରେ ଧରାପଡିଲେ ରାଉରକେଲା ରେଲୱେ ପାର୍ସଲ କ୍ଲକ, ଜାଣନ୍ତୁ କାରଣ

August 22, 2025

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କିନଡ୍ରିଲର ସିଇଓ ତଥା ଚେୟାରମ୍ୟାନ ମାର୍ଟିନ ସ୍କ୍ରୋଏଟର

August 22, 2025

ସୁଲଭ ମୂଲ୍ୟର ବ୍ରଡବ୍ୟାଣ୍ଡ, ୟୁପିଆଇ ଏବଂ ଡିଜିଟାଲ ପ୍ରଶାସନ କ୍ଷେତ୍ରରେ ଭାରତର ପ୍ରଗତି

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.