Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ମୋ ସରକାର’ କାର୍ଯ୍ୟକ୍ରମକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ୫ଟି ହସପିଟାଲର ବଢିଲା ୧୩ଶହ ଶଯ୍ୟା
ବିଶେଷ ଖବର

‘ମୋ ସରକାର’ କାର୍ଯ୍ୟକ୍ରମକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ୫ଟି ହସପିଟାଲର ବଢିଲା ୧୩ଶହ ଶଯ୍ୟା

October 14, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଏବଂ ମୁଖ୍ୟମନ୍ତ୍ରୀ ଦପ୍ତରର ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ହସପିଟାଲ ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଏହି ଦଳ ଗସ୍ତ କରିଥିବା ବିଭିନ୍ନ ଜିଲ୍ଲା ମଧ୍ୟରୁ ତିନୋଟି ଜିଲ୍ଲାର ହସପିଟାଲର ଉନ୍ନତି ପାଇଁ ନିଆଯାଇଛି। ଏଥିରେ ଏକାଥରେ ୧୩ଶହ ୫୦ ଶଯ୍ୟା ବୃଦ୍ଧି କରାଯିବା ସହିତ ଆଉ ଏକ ୨ଶହ ଶଯ୍ୟା ବିଶିଷ୍ଠ ନୂତନ ହସପିଟାଲ ଗୃହ ନିର୍ମାଣ ପାଇଁ ମଧ୍ୟ ଘୋଷଣା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ରୋଗୀ କଲ୍ୟାଣ ସମିତି ପାଇଁ ୧୫ ଲକ୍ଷ ଟଙ୍କାର ମଞ୍ଜୁରୀ ଦିଆଯାଇ ଥିବା ବେଳେ ରକ୍ତଦାନ ପ୍ରୋତ୍ସାହନ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରାଯାଇଛି।

ତିନୋଟି ଜିଲ୍ଲା ପାଇଁ ଯେଉଁ ଘୋଷଣା କରାଯାଇଛି ସେଥିରେ ରହିଛି..

ମାଲକାନ୍‌ଗିରି ଜିଲ୍ଲା ମେଡ଼ିକାଲ୍‌

ମେଡ଼ିକାଲରେ ଶଯ୍ୟା ସଂଖ୍ୟାରେ ୨୦୦ ବୃଦ୍ଧି କରାଯାଇଛି।

ମୋଟୁରୁ ମାଲକାନିଗିରି ପାଇଁ ପ୍ରତିଦିନ ବସ ସେବା

କର୍ମଚାରୀଙ୍କ ପାଇଁ କ୍ବାଟର ଓ ଟ୍ରାଞ୍ଜିଟ୍‌ ହୋମ୍‌

ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର

କୋରାପୁଟ୍‌ ମେଡ଼ିକାଲ କଲେଜ

କୋରାପୁଟ ମେଡ଼ିକାଲ୍‌ କଲେଜ ପାଇଁ ଶଯ୍ୟାରେ ୭୦୦କୁ ବୃଦ୍ଧି

କର୍ମଚାରୀଙ୍କ ପାଇଁ କ୍ବାର୍ଟର ଓ ଟ୍ରାଞ୍ଜିଟ୍‌ ହୋମ୍‌

ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର

ମେଡ଼ିକାଲକୁ ମିଳିବି ୫ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଗାଡ଼ି

କୋରାପୁଟ ମେଡ଼ିକାଲ

ମେଡ଼ିକାଲ ଶଯ୍ୟା ସଂଖ୍ୟାରେ ୨୫୦ ବୃଦ୍ଧି

ବର୍ତ୍ତମାନର କୋଠା ଉପରେ ନୂତନ ଓ୍ବାର୍ଡ ନିର୍ମାଣ

କର୍ମଚାରୀଙ୍କ ପାଇଁ କ୍ବଟାର ଓ  ଟ୍ରାଞ୍ଜିଟ୍‌ ହୋମ୍‌

ଦୁଇଟି ଆମ୍ବୁଲାନ୍ସ

ନବରଙ୍ଗପୁର  ମୁଖ୍ୟ ହସ୍‌ପିଟାଲ

ମେଡ଼ିକାଲ୍‌ ଶଯ୍ୟା ରେ ୨୦୦ ବୃଦ୍ଧି

୨୦୦ ଶଯ୍ୟା ବିଶିଷ୍ଟ ନୂତନ ମେଡ଼ିକାଲ କୋଠା ନିର୍ମାଣ

ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର

୩ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଗାଡ଼ି

ରାଜ୍ୟ ସରକାର ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ମୋ’ ସରକାରର କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଏବେ ୧୦ ଦିନରେ ପହଞ୍ଚିଲାଣି। ଏହି କାର୍ଯ୍ୟକ୍ରମରେ ପ୍ରଥମ ପଯ୍ୟାୟରେ ଡାକ୍ତରଖାନା ଓ ଥାନାକୁ ଫୋକସ୍‌ କରାଯାଇଛି। ଲୋକମାନେ ଠିକରେ ସେବା ପାଉଛନ୍ତି କି ନାହିଁ ତାହା ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ଖୋଦ ଫୋନ କରିବେ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ  ବିଗତ ୧୦ ଦିନ ମଧ୍ୟରେ  ୧୨୦ ଜଣଙ୍କ ସହିତ କଥା ହୋଇଛନ୍ତି।  ସେହିପରି ବରିଷ୍ଠ ଅଧିକାରୀମାନେ ୧୫ଟି ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା ମଧ୍ୟ କରିଛନ୍ତି। ମୋ’ ସରକାରର ଯୋଜନାର ସମୀକ୍ଷା ପରେ ଏହି ବଡ ଘୋଷଣା ମୁଖ୍ୟମନ୍ତ୍ରୀ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.