ଜାମିନ ଆବେଦନର ବିଚାର ଚାଲିଥିବା ବେଳେ କୋର୍ଟରୁ ଚମ୍ପଟ ମାରିଲେ ବାପ, ପୁଅ । ଏପରି ଏକ ଅଜବ ଘଟଣା କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଜିଲ୍ଲାର ତେଲକୋଇ ସରିଆଳି ଗାଁର ଦାସ ଖୁଣ୍ଟିଆ, ପୁଅ ଅନୀଲ ଖୁଣ୍ଟିଆ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ଜାମିନ ଆବେଦନର ଶୁଣାଣି ଚାଲିଥିବା ସମୟରେ ବାପ ପୁଅ ସୁଯୋଗ ଦେଖି ଚମ୍ପଟ ମାରିଥିଲେ । ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରହିଥିବା ବେଳେ ଚାରି କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି ।