ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହିତ ନିଜର ଆଗାମୀ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି ସଞ୍ଜୟ ଲୀଲା ଭଂସାଲୀ । ପୂର୍ବରୁ ଆଲିଆ ଏବଂ ସଲ୍ମାନଙ୍କ ସହିତ ଇନ୍ସା ଆଲ୍ଲା ଫିଲ୍ମର ଘୋଷଣା କରିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନଥିଲା । ଏହାପରେ ବୁଧବାର ଭଂସାଲୀ ଆଲିଆଙ୍କ ସହିତ ଗଙ୍ଗୁବାଇ କାଠିଆବାଡି ନାମକ ଏକ ଫିଲ୍ମର ଘୋଷଣା କରିଛନ୍ତି । ଏହି ଫିଲ୍ମଟି ଆସନ୍ତା 11 ସେପ୍ଟେମ୍ବର 2020ରେ ରିଲିଜ୍ ହେବ ବୋଲି ଜଣାପଡିଛି । ମହାରାଷ୍ଟ୍ରର ରେଡ୍ଲାଇଟ୍ କମାଥୀପୁରାର ଗଣିକା ଗଙ୍ଗୁବାଇଙ୍କ ଜୀବନି ଉପରେ ଆଧାରିତ । ନିଜର ପୁରୁଷ ବନ୍ଧୁଙ୍କ ଦ୍ବାରା ବିକ୍ରୟ ହେବା ପରେ ତା ଜୀବନରେ କଣ ପରିବର୍ତ୍ତନ ଆସିଛି ତାହା ଏହି ଫିଲ୍ମରେ ଦେଖିଆଯିବ । ଏହି ଫିଲ୍ମ ବ୍ୟତୀତ ଆଲିଆ ସଡକ-2 ଏବଂ ବ୍ରହ୍ମାସ୍ତ୍ରରେ ନଜର ଆସିବାକୁ ଯାଉଥିବା ଜଣାପଡିଛି ।