ସେନାରେ ନିଯୁକ୍ତି ପାଇଁ ପରୀକ୍ଷା ଦେବାକୁ ଭୁବନେଶ୍ୱର ଆସିଥିବା ଓଡ଼ିଆ ପରୀକ୍ଷାର୍ଥୀଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ଗୋଟିଏ ଟ୍ରେନ ଭୁବନେଶ୍ୱରରୁ କୋରାପୁଟ ଓ ଅନ୍ୟଟି ପୁରୀରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ। କୋରାପୁଟ ଅଭିମୁଖେ ଯାଉଥିବା ଟ୍ରେନ୍ଟି ଆଜି ରାତି ୮ଟାରେ ଭୁବନେଶ୍ୱରରୁ ଛାଡ଼ିବ। ଏହି ଟ୍ରେନଟି ବ୍ରହ୍ମପୁର, ବିଜୟନଗରମ୍, ରାୟଗଡ଼ା ଦେଇ କୋରାପୁଟ ଯିବ । ସେହିପରି ସମ୍ବଲପୁର ଅଭିମୁଖେ ଯିବାକୁ ଥିବା ଟ୍ରେନଟି ଆଜି ରାତି ୧୧ଟାରେ ପୁରୀରୁ ଛାଡ଼ିବ। ଉକ୍ତ ଟ୍ରେନ୍ଟି ଭୁବନେଶ୍ୱର, ଢେଙ୍କାନାଳ ଦେଇ ସମ୍ବଲପୁର ଯିବ। ଆଜି ଦିନକ ପାଇଁ ଏହି ଦୁଇ ସ୍ୱତନ୍ତ୍ର ଟ୍ରେନ୍ଟି ଗଡ଼ିବ। ଖୋର୍ଦ୍ଧାରୋଡ଼-ଖଡ଼ଗପୁର ପାସେଞ୍ଜର ଆଜି ସଂଧ୍ୟା ସାଢ଼େ ୭ଟାରେ ଛାଡ଼ିବ। ଏନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।