ସମୀକ୍ଷା ବ୍ୟୁରୋ
ସ୍ବାସ୍ଥ୍ୟସେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ଫୁଲବାଣୀରେ ହେବ ମେଡ଼ିକାଲ କଲେଜ । ଫୁଲବାଣୀ ମେଡ଼ିକାଲ କଲେଜରେ ୫ଶହ ଶଯ୍ୟା ରହିବ । ସେହିପରି ଅନ୍ୟ ୫ଟି ଜିଲ୍ଲା ହସ୍ପିଟାଲ୍ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ୫ଟି ଜିଲ୍ଲା ହସ୍ପିଟାଲ୍ ମଧ୍ୟରେ ରହିଛି ବୌଦ୍ଧ, ନୟାଗଡ଼, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା ଆଦି । ମୋ ସରକାର ଟିମ୍ର ଦ୍ବିତୀୟ ପାଳି ଗସ୍ତ ପରେ ନବୀନ ଏହା ଘୋଷଣା କରିଛନ୍ତି । ଡିସେମ୍ବର ୧ ସୁଦ୍ଧା ମୋ’ ସରକାର ଆଉ ୫ଟି ବିଭାଗକୁ ସମ୍ପ୍ରସାରଣ ହେବ ବୋଲି ନବୀନ କହିଥିବାବେଳେ ମାର୍ଚ୍ଚ ୫ ସୁଦ୍ଧା ମୋ’ ସରକାର ସବୁ ବିଭାଗକୁ ସମ୍ପ୍ରସାରଣ କରିବ ବୋଲି କହିଛନ୍ତି ନବୀନ। ଏଥିସହିତ ରୋଗୀ କଲ୍ୟାଣ ସମିତି ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୧୫ ଲକ୍ଷ ଟଙ୍କା ମଞ୍ଜୁରୀ ଦିଆଯାଇଛି । ଏଥିସହିତ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ରୋଗୀ କଲ୍ୟାଣ ସମିତି ପାଇଁ ୧୫ ଲକ୍ଷ ଟଙ୍କାର ମଞ୍ଜୁରୀ ଦିଆଯାଇ ଥିବା ବେଳେ ରକ୍ତଦାନ ପ୍ରୋତ୍ସାହନ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରାଯାଇଛି।
ଏହି ଘୋଷଣା ଅନୁଯାୟୀ ୫ଟି ଜିଲ୍ଲାକୁ ନିମ୍ନଲିଖିତ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ ।
ବୌଦ୍ଧ ଜିଲ୍ଲା ହସ୍ପିଟାଲ୍
୧ ମାସ ମଧ୍ୟରେ ଜେଲ୍ ଜମି ହସ୍ତାନ୍ତର କରାଯିବ ଏବଂ ୨୦୦ ଶଯ୍ୟା ବିଶିଷ୍ଟ ନୂତନ ମେଡ଼ିକାଲ କୋଠା ନିର୍ମାଣ
ହାଡ଼ଭଙ୍ଗା ବ୍ଲକ୍ରେ କିଡ୍ନୀ ରୋଗର ଅଧ୍ୟୟନ ପାଇଁ ଏକ ସ୍ବତନ୍ତ୍ର ଟିମ୍ର ଗଠନ
ଗୋଟିଏ ଆମ୍ବୁଲାନ୍ସ, ଗୋଟିଏ ମହାପ୍ରୟାଣ ଗାଡ଼ି
ନୟାଗଡ଼ ଜିଲ୍ଲା ହସ୍ପିଟାଲ୍
ନୂଆଗଡ଼ ଜିଲ୍ଲା ହସ୍ପିଟାଲ୍ରେ ଶଯ୍ୟା ସଂଖ୍ୟା ୨୫୦କୁ ବୃଦ୍ଧି କରାଯିବ
୧୦୦ ଶଯ୍ୟା ବିଶିଷ୍ଟ ନୂତନ ମେଡ଼ିକାଲ କୋଠା
ଦୁଇଟି ଆମ୍ବୁଲାନ୍ସ, ଗୋଟିଏ ମହାପ୍ରୟାଣ
କଳାହାଣ୍ଡି ଜିଲ୍ଲା ହସ୍ପିଟାଲ୍
ନୂତନ ମେଡ଼ିକାଲ କୋଠା ସହିତ ୧୦୦ ଟି ଅତିରକ୍ତି ଶଯ୍ୟା
ତିନୋଟି ଆମ୍ବୁଲାନ୍ସ, ୨ଟି ମହାପ୍ରୟାଣ
ରାୟଗଡ଼ା ଜିଲ୍ଲା ହସ୍ପିଟାଲ୍
କାଶୀପୁର ସିଏଚ୍ସିରେ କର୍ମଚାରୀ କ୍ବାର୍ଟସକୁ ଜଳଯୋଗାଣ
୪ଟି ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ
ନୂଆପଡ଼ା ଜିଲ୍ଲା ହସ୍ପିଟାଲ
ଗୋଟିଏ ଆମ୍ବୁଲାନ୍ସ, ଗୋଟିଏ ମହାପ୍ରୟାଣ ଗାଡ଼ି