ଜମ୍ମୁ କାଶ୍ମୀରରେ ଅବସ୍ଥାପିତ ଦେଶର ସର୍ବବୃହତ ଟନେଲ୍କୁ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ କରାଯିବା ନେଇ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି । ଜାତୀୟ ରାଜପଥ 44ରେ ଅବସ୍ଥାପିତ ଏହି ଟନେଲ୍କୁ 2017ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ । କାଶ୍ମୀରର ଏକତା ପାଇଁ ମୁଖାର୍ଜୀଙ୍କ ଲଢେଇ କାରଣରୁ ମୁଖାର୍ଜୀଙ୍କ ନାମରେ ଏହି ଟନେଲ ନାମିତ କରାଯିବ ବୋଲି ଗଡକରୀ ସୂଚନା ଦେଇଛନ୍ତି । 10.89 କିମି ଲମ୍ବର ଏହି ଟନେଲ୍ଟି କେବଳ ଭାରତ ନୁହେଁ ବରଂ ଦକ୍ଷିଣ ଏସିଆର ବୃହତମ ଟନେଲ୍ର ମାନ୍ୟତା ହାସଲ କରିବ ।