ଫିଲିପାଇନ୍ସରେ ଏକ ଭୂକମ୍ପ ଅନୂଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହି ଭୂକମ୍ପର ତୀବ୍ରତା ୬.୩ ରହିଥିଲା। ଭୂକମ୍ପ ପ୍ରଭାବରେ ୫ ଜଣଙ୍କ ପ୍ରାଣହାନି ଘଟିଥିବା ଜଣାପଡିଛି। ମାନିଲାର ଉତ୍ତର କୋଟାବାଟୋରେ ବୁଧବାର ସନ୍ଧ୍ୟାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଗୁରୁବାର ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ମୃତ୍ୟୁ ସଂଖ୍ୟା ପ୍ରକାଶ କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷ ଏବଂ ଜଣେ ୨ ବର୍ଷର ବାଳକ ରହିଛନ୍ତି। ଏକାଧିକକ ଘର ଭୁଷୁଡି ପଡିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।