ରାଜ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟପାଇଁ ମୋ ସରକାର ଏବଂ ୫ଟି ବ୍ୟବସ୍ଥା ଆପଣାଯାଇଛି। ଆଜି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ସରକାରଙ୍କ ଏହି ଯୋଜନାକୁ ସମାଲୋଚନା କରିଛନ୍ତି। ଏହି ସମସ୍ତ ପ୍ରକ୍ରିୟା ଏକ ଅବାସ୍ତବ କାର୍ଯ୍ୟକ୍ରମ ବୋଲି ଷଡଙ୍ଗୀ କହିଛନ୍ତି। ବିଭିନ୍ନ ଡାକ୍ତରଖାନା ପରିଦର୍ଶନ କରିବା ଏକ ପ୍ରହେଳିକା ଏବଂ ନିର୍ବାଚନୀ ଧୂଆଁବାଣ ବୋଲି ଷଡଙ୍ଗୀ କହିଥିଲେ। ଡାକ୍ତରଖାନାରେ ଡାକ୍ତର ଏବଂ ବିଦ୍ୟାଳୟରେ ଶିକ୍ଷକ ନଥିବା ବେଳେ ସରକାରଙ୍କ ୫ଟି ଏବଂ ମୋ ସରକାର ବ୍ୟବସ୍ଥା ଗ୍ରହଣଯୋଗ୍ୟ ନୁହେଁ।