Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାଣନ୍ତୁ ଆପଣଙ୍କର ଭୋଟର ତାଲିକାରେ ନିଜ ନାମକୁ ଯୋଗ, ବାଦ କିମ୍ବା ତ୍ରୁଟି ସଂଶୋଧନ କରିବାର ପ୍ରଣାଳୀ
ଆଜିର ଖବର

ଜାଣନ୍ତୁ ଆପଣଙ୍କର ଭୋଟର ତାଲିକାରେ ନିଜ ନାମକୁ ଯୋଗ, ବାଦ କିମ୍ବା ତ୍ରୁଟି ସଂଶୋଧନ କରିବାର ପ୍ରଣାଳୀ

October 17, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଆଜି ଭିଡିଓ କନଫରେନସି ଜରିଆରେ ସମସ୍ତ ଜିଲ୍ଲାପାଳମାନଙ୍କ ସହ ଚାଲୁ ରହିଥିବା ଭୋଟର ତାଲିକାରେ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ। ନାଗରିକମାନେ କିପରି ଉଭୟ ଅଫଲାଇନ ଓ ଅନଲାଇନ ଜରିଆରେ ସେମାନଙ୍କର ଭୋଟର ତାଲିକାରେ ଥିବା ତ୍ରୁଟିକୁ ନିଜେ ନିଜେ ସଂଶୋଧନ କରିପାରିବେ ଏବଂ ତ୍ରୁଟି ନଥିଲେ ସେମାନେ ତାଙ୍କର ତଥ୍ୟ ସଠିକ ବୋଲି ଅପଲୋଡ କରିବେ ସେ ସମ୍ପର୍କରେ ବ୍ଯାପକ ସଚେତନତା ସୃଷ୍ଟି କରିବାକୁ ଶ୍ରୀ ଲୋହାନୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ପ୍ରତିବର୍ଷ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ କରାଯାଇଥାଏ। ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ମାସରୁ ଆରମ୍ଭ କରାଯାଇଛି। ତ୍ରୁଟି ବିଚ୍ୟୁତିଗୁଡିକୁ ସ୍ଵତନ୍ତ୍ର ଯାଞ୍ଚ କରାଯାଇ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଜନସାଧାରଣ ଭୋଟର ତାଲିକାରେ ନାମ ଯୋଗ ନିମନ୍ତେ ଫର୍ମ ନଂ-୬, ନାମ ବାଦ ନିମନ୍ତେ ଫର୍ମ ନଂ-୭, ଏବଂ ତ୍ରୁଟି ସଂଶୋଧନ ନିମନ୍ତେ ଫର୍ମ ନଂ- ୮ ରେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଭିଡିଓ କନଫରେନ୍ସି ମାଧ୍ୟମରେ ଜିଲ୍ଲାସ୍ତରରେ ଉପସ୍ଥିତ ଥିବା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ। ଜଣେ ନାଗରିକ ଉଭୟ ଅଫଲାଇନ ଓ ଅନଲାଇନ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ନିମନ୍ତେ ଆବେଦନ କରିପାରିବେ। ଏତଦବ୍ଯତୀତ ଭୋଟର ସହାୟତା କେନ୍ଦ୍ର ଓ ବିଏଲଓ ନେଟ ଆପ ମାଧ୍ୟମରେ ମଧ୍ୟ ତ୍ରୁଟି ସଂଶୋଧନ କାର୍ଯ୍ୟ କରାଯାଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ଏହି ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଅଭୟ କୁମାର ନାୟକ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନୀତିରଞ୍ଜନ ସେନଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026
Latest News

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026

ଦେବସ୍ନାନ ପୂର୍ଣ୍ଣିମା ୨୦୨୬: ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.