ପଶ୍ଚିମବଙ୍ଗ ସରକାରଙ୍କ ସଚିବଙ୍କ ବିରୋଧରେ ଏକ ଫେସବୁକ୍ ପୋଷ୍ଟ ଅଭିଯୋଗରେ ଜନୈକ କଂଗ୍ରେସ ନେତାଙ୍କୁ ଗିରଫ କରାଯାଇଛି । କଂଗ୍ରେସ ନେତା ସନ୍ମୋୟ ବନ୍ଦୋପାଧ୍ୟାୟଙ୍କୁ ପୋଲିସ୍ ପକ୍ଷରୁ ଶନିବାର ଦିନ ଗିରଫ କରାଯାଇଛି । ବନ୍ଦୋପାଧ୍ୟାୟଙ୍କୁ ଗିରଫ କରାଯିବା ପରେ କଂଗ୍ରେସ ପକ୍ଷରୁ ଏହାର ବିରୋଧ କରାଯିବା ସହିତ ତାଙ୍କୁ ଛଡାନଗଲେ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରାଯିବା ନେଇ କଂଗ୍ରେସ ପକ୍ଷରୁ ଧମକ ଦିଆଯାଇଛି । ବନ୍ଦୋପାଧ୍ୟାୟଙ୍କୁ ପୁରୁଲିଆ ପୋଲିସ୍ ପକ୍ଷରୁ ଗିରଫ କରାଯାଇଛି । ଏହି ଘଟଣା ସହିତ ସରକାରଙ୍କର କୌଣସି ସମ୍ବନ୍ଧ ନାହିଁ ଏବଂ ଅଭିଯୋଗ ଅନୁଯାୟୀ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମତ ଦେଇଛନ୍ତି ।