ରାଜ୍ୟପାଳଙ୍କ ଏସ୍କର୍ଟ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଦଳାରେ ରାଜ୍ୟପାଳଙ୍କ ଏସ୍କର୍ଟ ଗାଡଇ ଦୁର୍ଘଟଣା ଗ୍ରସ୍ତ ହେବା ସହିତ 7 ଜଣ ଆହତ ହୋଇଛନ୍ତି। ରାଜ୍ୟପାଳଙ୍କ ଗାଡି ଆଗକୁ ଜନୈକ ସାଇକେଲ ଆରୋହୀ ପଶି ଆସିବାରୁ ଏହି ଦୁର୍ଘଟଣା ଘଟିଥିଲା। ରାଜ୍ୟପାଳ ଉଦଳାରୁ ବାରିପଦା ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ଦୁର୍ଘଟଣାରେ ଦୁଇଟି ଯାକ ଏସ୍କର୍ଟ ଗାଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।