ଏଣିକି ସୈନିକ ସ୍କୁଲରେ ପାଠ ପଢିବେ ଝିଅ । ଝିଅଙ୍କ ନାମଲେଖା ପାଇଁ ଅନୁମତି ଦେଲେ ପ୍ରତିରକ୍ଷା ମନ୍ତ୍ରୀ। ୨୦୨୧-୨୨ ଶିକ୍ଷାବର୍ଷରୁ ଝିଅଙ୍କ ନାମ ଲେଖାଯାଇ ପାରିବ ସୂଚନା ରହିଛି । ମିଜୋରାମରେ ପାଇଲଟ ପ୍ରକଳ୍ପ ସଫଳ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ସୈନିକ ସ୍କୁଲରେ କେବଳ ପୁଅ ନାମ ଲେଖାଇ ପାରୁଥିଲେ ।