ପୂର୍ବ ଆଫଗାନିସ୍ତାନର ନଙ୍ଗରହାର ପ୍ରାନ୍ତରେ ଶୁକ୍ରବାର ଦିନ ମସଜିଦରେ ବୋମା ବିସ୍ଫୋରଣ ହୋଇଛି । ନଙ୍ଗରହାର ପ୍ରାନ୍ତର ଏକ ମସଜିଦ ଭିତରେ ଦୁଇଟି ବିସ୍ଫୋରଣରେ ଅତି କମରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫୦ରୁ ଅଧିକ ଲୋକ ଗୁରୁତରଭାବେ ଆହତ ହୋଇଛନ୍ତି । ବିସ୍ଫୋରଣରେ ଆହତ ହୋଇଥିବା ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।