Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଏମ୍‌ସି ବ୍ୟାଙ୍କ ସ୍କାମ୍‌ : ଆଉ ଜଣେ ଗ୍ରାହକଙ୍କ ହୃଦଘାତରେ ମୃତ୍ୟୁ
ଆଜିର ଖବର

ପିଏମ୍‌ସି ବ୍ୟାଙ୍କ ସ୍କାମ୍‌ : ଆଉ ଜଣେ ଗ୍ରାହକଙ୍କ ହୃଦଘାତରେ ମୃତ୍ୟୁ

October 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ ବ୍ୟାଙ୍କର ଆଉ ଜଣେ ଗ୍ରାହକଙ୍କ ମୃତ୍ୟୁ ହୋଇଛି । ପିଏମସିର ଆକାଉଣ୍ଟ ହୋଲ୍ଡର ମୁରଲୀଧର ଧରାଙ୍କ ଆଜି ହୃଦଘାତରେ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ବ୍ୟାଙ୍କର ଅନ୍ୟ ଦୁଇ ଜଣ ଆକାଉଣ୍ଟ ହୋଲ୍ଡର ଗୁଲାଟି ଏବଂ ଫତ୍ତୋମଲ ପଞ୍ଜାବୀଙ୍କୁ ହୃଦଘାତରୁ ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ କହିବା ଅନୁସାରେ ପିଏମସି ବ୍ୟାଙ୍କର ଘୋଟାଲାର ଖୁଲାସା ପରଠାରୁ ସେ ଚାପରେ ରହିଥିଲେ । ମୃତକଙ୍କ ପୁତ୍ର ପ୍ରେମ ଧାରା କହିଛନ୍ତି ଯେ, ତାଙ୍କ ପିତା ଦୀର୍ଘ ଦିନ ଧରି ବେମାର ରହିଥିଲେ । ଡାକ୍ତର ତାଙ୍କୁ ବାଇପାସ୍‌ ସର୍ଜରୀ କରିବାକୁ କହିଥିଲେ । ଏଥିନିମେନ୍ତ ଅର୍ଥ ଦରକାର ଥିଲା ଓ ସମୟ ଭିତରେ ଅର୍ଥ ନ ମିଳିବାରୁ ବାଇପାସ୍‌ ସର୍ଜରୀ ହୋଇପାରିନଥିଲା । ଉଲ୍ଲେଖଯୋଗ୍ୟ ଯେ ପିଏମସି ବ୍ୟାଙ୍କରୁ ନଗଦ ଟଙ୍କା ବାହାର କରିବା ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇବା ପାଇଁ ଦାବି କରିଥିବା ପିଏମସି କର୍ମଚାରୀଙ୍କ ଯାଚିକା ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ମନା କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଥିବା ଖଣ୍ଡପୀଠ ଅନୁଚ୍ଛେଦ ୩୨(ରିଟ ଅଧିକାର କ୍ଷେତ୍ର) ଅନୁସାର ଏହି ଯାଚିକାର ଶୁଣାଣି କରିବାକୁ ଚାହିଁନାହାନ୍ତି । ଆବେଦନକାରୀ ଉଚିତ ରିହାତି ପାଇଁ ସମ୍ୱନ୍ଧିତ ମାମଲାକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇପାରିବେ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ACF ସୋମ୍ୟରଞ୍ଜନ ମୃତ୍ୟୁ ମାମଲା : ତତ୍କାଳୀନ DFO ନିଲମ୍ବିତ

August 2, 2026

ଚିଲିକାର ମା କାଳିଜାଈ ପୀଠ ହେବ ପ୍ରମୁଖ ଆଧ୍ୟାତ୍ମିକ ସ୍ଥଳ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ସମୀକ୍ଷା

August 2, 2026

ଅଗଷ୍ଟରେ କମିବ ବର୍ଷା, ବଢ଼ିବ ତାତି; ଆଇଏମଡିର ପୂର୍ବାନୁମାନରେ ବଢ଼ିଲା ଚିନ୍ତା

August 2, 2026

ଶିକ୍ଷକଙ୍କ ମାଡ଼ରେ ତୃତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଅଭିଯୋଗ

August 2, 2026
Latest News

ACF ସୋମ୍ୟରଞ୍ଜନ ମୃତ୍ୟୁ ମାମଲା : ତତ୍କାଳୀନ DFO ନିଲମ୍ବିତ

August 2, 2026

ଚିଲିକାର ମା କାଳିଜାଈ ପୀଠ ହେବ ପ୍ରମୁଖ ଆଧ୍ୟାତ୍ମିକ ସ୍ଥଳ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ସମୀକ୍ଷା

August 2, 2026

ନିଟ୍‌-ପିଜି ୨୦୨୬ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା

August 2, 2026

ଅଗଷ୍ଟରେ କମିବ ବର୍ଷା, ବଢ଼ିବ ତାତି; ଆଇଏମଡିର ପୂର୍ବାନୁମାନରେ ବଢ଼ିଲା ଚିନ୍ତା

August 2, 2026

ଶିକ୍ଷକଙ୍କ ମାଡ଼ରେ ତୃତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଅଭିଯୋଗ

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.